THE BYAPINI

୧୬ରୁ ଖୋଲିବ କାଳିଆ ଦୁଆର

Get real time updates directly on you device, subscribe now.

ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ପ୍ରଥମ ୫ ଦିନ ପୁରୀବାସୀଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବେ । ୨୧ ଓ ୨୨ ତାରିଖରେ ସଟଡାଉନ ପଡୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ଆସନ୍ତା ୨୩ରୁ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ମନ୍ଦିର ଖୋଲିଲେ ମଧ୍ୟ ସବୁ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ଦ୍ୱିତୀୟ ଡୋଜ ଟୀକା ନେଇଥିଲେ କିମ୍ବା ଆରଟି-ପିସିଆର ରିପୋର୍ଟ ନେଗେଟିଭ ଥିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ରାଜ୍ୟର କରୋନା ସଂକ୍ରମଣ ବଢିବା କାରଣରୁ ଗତ କିଛି ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ଥିଲା ପୁରୀ ଶ୍ରୀମନ୍ଦିର । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ୟ୍ୟନ୍ତ ଖୋଲାଯିବ ବୋଲି ଗତକାଲି ପୁରୀ ପ୍ରଶାସନ ସୂଚନା ଦେଇଥିଲା। ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ୟ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.