୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ
ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ଦାବିରେ ୧୨ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଉଛି ।
ରାସ୍ତା ଘାଟ ଶୂନ ଶାନ ହେବା ସହ ଦୋକାନ ବଜାର ବନ୍ଦ ରହିଛି । ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି । ଏପରିକି ବନ୍ଦ ଯୋଗୁଁ ଏମସିଏଲର କୋଇଲା ପରିବହନ ପ୍ରଭାବିତ ହୋଇଛି ।ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି । ଏପରିକି ବନ୍ଦ ଯୋଗୁଁ ଏମସିଏଲର କୋଇଲା ପରିବହନ ପ୍ରଭାବିତ ହୋଇଛି ।