THE BYAPINI

ବିରୋଧୀଙ୍କ ଉପରେ ବର୍ଷିଲେ ୭ ମନ୍ତ୍ରୀ

Get real time updates directly on you device, subscribe now.

ସଂସଦ ମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି ଘଟଣାରେ ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ । ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି, ବାହାରୁ ମାର୍ଶାଲ ଅଣାଯାଇ ବିରୋଧୀଦଳ ସଦସ୍ୟଙ୍କ ସହ ଦୁର୍ବବ୍ୟହାର କରାଯାଇଛି । ଏହାରି ଭିତରେ ସିସଟିଭିର ସେହି ଫୁଟେଜ ସାମ୍ନାକୁ ଆସିଛି, ଯାହାକୁ ନେଇ ହଙ୍ଗାମା ହୋଇଛି । ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କେମିତି ମହିଳା ସାଂସଦ ମାନେ ରାଜ୍ୟସଭା ସୁରକ୍ଷାରେ ମୁତୟନ ଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରୁଛନ୍ତି। ଗତକାଲି ଏହି ଘଟଣାକୁ ନେଇ ରାଜ୍ୟସଭା ନେତା ପୀୟୂଷ ଗୋଏଲ ଆପତ୍ତି ଜଣାଇଥିବା ବେଳେ ଆଜି ଏହି ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଭେଟିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ବିରୋଧୀଙକୁ ଟାର୍ଗେଟ୍‌ କରି ୭ କେନ୍ଦ୍ରମନ୍ତ୍ରୀ ଏକାଠି ହୋଇ ପ୍ରେସମିଟ୍‌ କରିଛନ୍ତି। ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଅଧିବେଶନରେ ଛୋଟରୁ ବଡ଼ ସବୁ ଦଳକୁ ସୁଯୋଗ ଦିଆଯାଇଛି। ଯିଏ ଯେଉଁ ବିଷୟରେ ଆଲୋଚନା ଚାହିଁଛି, ଅନୁମତି ଦିଆଯାଇଛି। ତେବେ ସଂସଦକୁ ଅଚଳ କରିବାକୁ କଂଗ୍ରେସ ଓ ବିରୋଧୀ ଯୋଜନା କରିଥିଲେ। ଯେମିତି ସଂସଦ ଚାଲିନପାରିବ ବିରୋଧୀ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଦେଶର ଜନତା ଅପେକ୍ଷା କରିଥିଲେ କି ସେମାନଙ୍କ ସହ ଜଡିତ ବିଷୟ ଗୃହରେ ଉପସ୍ଥାପିତ ହେଉ । କିନ୍ତୁ ମୌସୁମୀ ଅଧିବେଶନ ଚାଲିଥିବା ବେଳେ, ସଡକରୁ ନେଇ ସଂସଦ ପର୍ୟ୍ୟନ୍ତ ଅରାଜକତା ଦେଖାଦେଇଥିଲା । ଏଥିପାଇଁ ବିରୋଧୀ ଏବଂ ବିଶେଷ କରି ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।
ସେପଟେ ସରକାରୀ କଳ କ୍ଷମତାର ଦୂରୁପଯୋଗ କରୁଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ । ବିପକ୍ଷ ସାଂସଦଙ୍କ ଅଭିଯୋଗ ଯେ, ‌ଗୃହ ମଧ୍ୟ‌କୁ ବାହାରୁ ମାର୍ସଲ ଆର୍ଟିଷ୍ଟଙ୍କୁ ଡକାଇ ବିରୋଧୀ ସାଂସଦମାନଙ୍କ ମର୍ୟ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ଯାଏ ଚାଲିଥିବାର ଥିଲା।
ହେଲେ ୨ ଦିନ ଆଗରୁ ସରକାରଙ୍କ ନିର୍ଦ୍ଦେଶରେ ଏହାକୁ ବନ୍ଦ କରି ଦିଆଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ନେତାମାନେ ସଂସଦ ଠାରୁ ବିଜୟ ଚୌକ ଯାଏ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ସେମାନେ ଗୃହକୁ ଅପ୍ରତ୍ୟାଶିତ ଭାବେ ଆଗୁଆ ବନ୍ଦ କରିବା ଘଟଣାକୁ କଡ଼ା ସମାଲୋଚନା କରିବ ସହ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.