THE BYAPINI

ବାହାରିଲା +୨ କଳା ପରୀକ୍ଷା ଫଳ..ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

Get real time updates directly on you device, subscribe now.

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳା ରେଗୁଲାରରେ ପାସ୍ ହାର ୯୮.୫୮% ରହିଛି। ୧ ଲକ୍ଷ ୮୯ ହଜାର ୩୬୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୬୮୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ଛାତ୍ରଛାତ୍ରୀ, ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୯୫ ଜଣ ପରୀକ୍ଷାର୍ଥୀ ୯୦% ଉପରକୁ ନମ୍ବର ରଖିଛନ୍ତି।
ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ୍ ହାର ୮୯.୪୯% ରହିଛି। ତେବେ ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ପାସ୍ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ୍ ହାର ୯୨.୩୪%। ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୯୬.୭% ରହିଛି। ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୩୩୧ ଜଣ ପାସ୍ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨% ରହିଛି।
କିନ୍ତୁ ସବୁଠାରୁ ବଡ଼କଥା ହେଲା ମାର୍କରେ ଅସନ୍ତୁଷ୍ଟ ଥିଲେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ପରୀକ୍ଷାର୍ଥୀ ଜଣାଇପାରିବେ। ଅଗଷ୍ଟ ୨୩ ଭିତରେ ପ୍ରିନ୍ସିପାଲଙ୍କୁ ପ୍ରମାଣ ସହ ଅଭିଯୋଗ କରିପାରିବେ ଛାତ୍ରଛାତ୍ରୀ।

Get real time updates directly on you device, subscribe now.

Leave A Reply

Your email address will not be published.