THE BYAPINI

ଆଜିଠୁ ନବମ ଶ୍ରେଣୀ ପାଠପଢା

Get real time updates directly on you device, subscribe now.

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି।ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।
ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀର ପାଠପଢ଼ା । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପାମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ । ଅଫଲାଇନ କିମ୍ବା ଅନଲାଇନ ମୋଡରେ କ୍ଲାସ କରିପାରିବେ ପିଲା ।
ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଥିଲା। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.