THE BYAPINI

ଆଜିଠୁ ପୁରୀ ସହରବାସୀଙ୍କ ଜଗା ଦର୍ଶନ

Get real time updates directly on you device, subscribe now.

ଆଜିଠାରୁ ପୁରୀ ସହରବାସୀଙ୍କ ଜଗା ଦର୍ଶନ । ୨୦ ତାରିଖ ପର୍ୟ୍ୟନ୍ତ ୪ଦିନ କେବଳ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀବାସୀଙ୍କ ଦର୍ଶନ ପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ଏହି ଟୋକନ ସହ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି
ବ୍ୟାରିକେଡ କିଓସ୍କୋ ସହ ୬ଟି ଅସ୍ଥାୟୀ ରୁମ୍‌ରେ ଫଟୋ ପରିଚୟପତ୍ର, ଆଧାର କାର୍ଡ ଆଦି ପ୍ରମାଣ ପତ୍ର ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ହୋଇଛି । ୧୬ ତାରଖରୁ ୨୦ ତାରଖ ପର୍ୟ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ବାସୀ ସକାଳ ୭ଟାରୁ ସାଢେ ୧୦ଟା, ଦିନ ୧୧ଟାରୁ ସାଢେ ୨ଟା ଏବଂ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ୟ୍ୟନ୍ତ ଦର୍ଶନ କରିପାରିବେ। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ କରିବେ।ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇଛି। ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଛି। କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ଜଣାଇ ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.