ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ । ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍ଥ କାର୍ଡ ଆରମ୍ଭ କରଛି। ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ। ଏଭଳି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ।
ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତୋଦ୍ୟୋୟ ହିତାଧିକାରୀଙ୍କୁ ମିଳିବ ଏହି ସ୍ମାର୍ଟ ହେଲ୍ଥ କାର୍ଡ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ସୁବିଧା ଲୋକ ପାଇପାରିବେ।