THE BYAPINI

ଆଉ ୧୦ ବର୍ଷ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

Get real time updates directly on you device, subscribe now.

ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ନବୀନ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ କରିଛନ୍ତି ବଡ ଘୋଷଣା । ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବାକୁ ନବୀନ ଘୋଷଣା କରିଛନ୍ତି । ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା ।
ପୂର୍ବରୁ ଭାରତୀୟ ହକିର ପ୍ରାୟୋଜକ ହୋଇ ଓଡ଼ିଶା ବେଶ ପ୍ରଂଶସା ସାଉଁଟିଛି । ଖାସକରି ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିବା ପରେ ଓଡ଼ିଶା ଓ ନବୀନଙ୍କୁ ପୂରା ଦେଶ ପ୍ରଂଶସା କରିଥିଲା । ଦୁର୍ଦ୍ଦିନରେ ଗତି କରୁଥିବା ଭାରତୀୟ ହକିକୁ ନୂଆ ଜନ୍ମ ଦେଇଥିବାରୁ ନବୀନ ବେଶ ବାହାବା ସାଉଁଟିଥିଲେ ।
ଓଡିଶାର ଦୀପଗ୍ରେସ୍ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ଏବଂ ନବନୀତ କୌରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ଦିଆଯାଇଛି। ଗୋଲ କିପର ସବିତାଙ୍କୁ ଶ୍ରେଷ୍ଠ ଗୋଲକିପର ବାବେ ପୁରସ୍କୃତ କରାଯାଇଛି। ବନ୍ଦନା କଟାରିଆ ଓ ଗୁରଜିତ କୌରଙ୍କୁ ସର୍ବାଧିକ ଗୋଲ୍ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ସେହି ପରି ପୁରୁଷ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଗୋଲ ରକ୍ଷଣ ପାଇଁ ଗୋଲ କିପର ଶ୍ରୀଜେଶଙ୍କୁ ପୁରସ୍କୃତ କରାଯାଇଛି। ନୀଳକାନ୍ତ ଶର୍ମାଙ୍କୁ ଗୋଲ୍ ସହାୟତା, ରୁପିନ୍ଦର ପାଲ ସିଂହଙ୍କୁ ଡିଫେଣ୍ଡର ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ଅମିତ୍ ରୋହିତଦାସଙ୍କୁ ଶ୍ରେଷ୍ଠ ମିଡ୍ ଫିଲଡର ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବାଧିକ ଗୋଲ୍ ପାଇଁ ହରମନପ୍ରୀତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.