ଟିକା ନେଇ ବି ସଂକ୍ରମିତ
ଟିକା ନେଇବି କରୋନା ପଜିଟିଭ । ରାଜ୍ୟରେ ଟିକା ନେବା ପରେ ୩୧ ହଜାର ୭୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଡ଼ୋଜ ଟିକା ନେବା ପରେ ୧୭ ହଜାର ୮୨୪ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୧୩ ହଜାର ୮୮୮ ଜଣ ଦ୍ୱିତୀୟ ଡ଼ୋଜ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।
ସେପଟେ ରାଜ୍ୟରେ ୨କୋଟି ଅତିକ୍ରମ କରିଛି ଟିକାକରଣ । ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ହଜାର ୮୧୪ଟି କୋଭିଡ ଟିକାର ଡୋଜ ଦିଆଯାଇଛି । ଏଥିରୁ ୧କୋଟି ୫୩ଲକ୍ଷ ୮୭ହଜାର ୫୭୨ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୪୬ଲକ୍ଷ ୩୪ହଜାର ୨୪୨ଟି ଦ୍ୱିତୀୟ ଡୋଜ ଦିଆଯାଇଛି । ରାଜ୍ୟରେ ୫୦ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି ।