ବୋହୂଙ୍କ ଅଭିଯୋଗ ପରେ ମୁହଁଖୋଲିଲେ ଭର୍ତ୍ତୃହରି…
ଯୌତୁକ ନିର୍ୟ୍ୟାତନା ନେଇ ଅଭିଯୋଗ ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଗତ ୪ ବର୍ଷ ହେଲା ତାଙ୍କ ପୁଅ, ବୋହୂ ଅଲଗା ରହୁଛନ୍ତି । ୪ ବର୍ଷ ହେଲା ତାଙ୍କ ପୁଅ ତାଙ୍କ ପତ୍ନୀଙ୍କ ବିରୋଧରେ ଛାଡପତ୍ର ପାଇଁ ଫାଇଲ୍ କରିଛନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି । ତେବେ ବୋହୂଙ୍କ ଏହି ଅଭିଯୋଗ ସମ୍ପର୍କରେ ସେ ଏପର୍ୟ୍ୟନ୍ତ କିଛି ଜାଣିନଥିବା ଗଣମାଧ୍ୟମକୁ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ତେବେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବଗତ ଥିବା ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ମଧ୍ୟପ୍ରଦେଶ ଭୋପାଳ ମହିଳା ଥାନାରେ ଏଫଆଇଆର ଦାୟର କରିଥିଲେ ବୋହୂ ସାକ୍ଷୀ ମହତାବ । ଶ୍ୱଶୁର ଭର୍ତ୍ତୃହରି ମହତାବ ଓ ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ କରିଥିଲେ । ଯୌତୁକ ଦାବିରେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ତାଙ୍କୁ ମାନସିକ ଓ ଶାରିରୀକ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ ସାକ୍ଷୀ ।