ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍ରେ ଥିବା ଆକ୍ସିସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଗାଡିର ଚାଳକ ଆଶିଷ ଦିଗାଲ ହିଁ ନିଜେ ଅପହରଣ ନାଟକ କରିଥିଲା । ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ଜବତ ହୋଇଛି।
୩ ଦିନ ପୂର୍ବେ ଆକ୍ସିସବ୍ୟାଙ୍କ ସାମନାରୁ ୨୪ ଲକ୍ଷ ଟଙ୍କା ଥିବା ଏଟିଏମ ଭ୍ୟାନ ସହ ଡ୍ରାଇଭରକୁ ଅପହରଣ କରାଯାଇଥିଲା । ପରେ ସେହିଦିନ ଆଶିଷଙ୍କୁ ନିଶାସକ୍ତ ଅବସ୍ଥାରେ ସୋରଳ ନିକଟରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଅପହରଣ କରି ନିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କୁ ପଚରାଉଚରା ପରେ ଭିନ୍ନ ଭିନ୍ନ ବୟାନ ଦେଉଥିଲା । ଯାହାକୁ ନେଇ ପୁଲିସର ସନ୍ଦେହ ବଢିଥିଲା । ଏହା ପରେ ସିସିଟିଭି ଫୁଟେଜ ଓ କଲ ରେକର୍ଡସ ଯାଂଚ କରିଥିଲା ପୁଲିସ । କଲ ରେକର୍ଡସ ଯାଂଚ ପରେ ଡ୍ରାଇଭର ହିଁ ଅପହରଣ ପଛର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଥିଲା ।