THE BYAPINI

ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

Get real time updates directly on you device, subscribe now.

ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ଆଜି ଡିଏଫ୍ଓଙ୍କୁ ୩ ଘଣ୍ଟା ଧରି ମାରାଥନ ଜେରା କରିଥିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍। ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଂଜନ ମିଶ୍ର କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତେବେ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ।

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଉପସ୍ଥିତ ଥିଲେ ଡିଏଫଓ। ଆଜି ଜେରାବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ତେବେ ଜେରା ସଂପର୍କରେ ଗଣମାଧ୍ୟମକୁ କିଛି କହିବାକୁ ରୋକଠୋକ୍‌ ମନା କରିଦେଇଛନ୍ତି ଡିଏଫଓ ।

ଡିଏଫଓଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସୌମଙ୍କ ପରିବାର । ତେବେ ପୂର୍ବରୁ ଗଜପତି ଏସପି ଡିଏଫଓଙ୍କୁ କ୍ଲିନ ଚିଟ ଦେଇସାରିଛନ୍ତି । ତାଙ୍କର ବିଦ୍ୟାଭାରତୀଙ୍କ ସହ ସଂପର୍କ ଥିବା ନେଇ କୌଣସି ପ୍ରମାଣ ନଥିବା ଗଜପତି ଏସପି କହିଥିଲେ । ଗତକାଲି ଓଆଇସି ମମତା ପଣ୍ଡାକୁ ମଧ୍ୟ କ୍ରାଇମବ୍ରାଂଚ ପଚରାଉଚରା କରିଥିଲା

Get real time updates directly on you device, subscribe now.

Leave A Reply

Your email address will not be published.