ତଳମୁହାଁ କରୋନା ସଂକ୍ରମଣ
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ମାତ୍ର ୬୨୫ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୩୬୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୫୯। ୧୮ ବର୍ଷ ମଧ୍ୟରେ ଆକ୍ରାନ୍ତ ହୋଇଛନ୍ତି ୮୦ ଜଣ ପିଲା।
ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ଜଣ ଥିବା ବେଳେ, କଟକରୁ ୫୬, ବାଲେଶ୍ୱରରୁ ୫୦ ଓ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୩୮ ଜଣ ଥିବା ବେଳେ, ଯାଜପୁରରୁ ୩୪, ପୁରୀରୁ ୨୯, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝରରୁ ୧୮ ଜଣ ଲେଖାଏଁ, ରାୟଗଡ଼ାରୁ ୧୨, କୋରାପୁଟରୁ ୧୧, ନୟାଗଡ଼ରୁ ୧୦, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଭଦ୍ରକରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳ, ଗଞ୍ଜାମ, ବରଗଡ଼ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ଗଜପତିରୁ ୨ ଜଣ ଲେଖାଏଁ, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୬୨୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ ରହିଛନ୍ତି । କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କେନ୍ଦୁଝର, ନବରଙ୍ଗପୁର, ପୁରୀ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।