THE BYAPINI

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

Get real time updates directly on you device, subscribe now.

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର । ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର। ପ୍ରଥମ ପର୍ୟ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ। ୮ ଏକର ଜମିରେ ବ୍ୟବସ୍ଥା ହୋଇଛି। ପରିବାର ପିଛା ୬ଶହ ବର୍ଗଫୁଟ ମିଳିବ। ଏଥିପାଇଁ ସେବାୟତଙ୍କ ଠାରୁ ଆବେଦନ ପତ୍ର ଆହ୍ବାନ କରାଯିବ। ଆବେଦନପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ ଦିଆଯିବ। ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ। ୨ ଲକ୍ଷ ସହ ସେବାୟତମାନେ ନିଜ ଅର୍ଥ ଲଗାଇ ଘର ବଢ଼ାଇ ପାରିବେ।
ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି । ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ । ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ହେବ ଗୁରୁକୂଳର ବିକାଶ। ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳ ପାଇଁ ବ୍ୟବହାର ହେବ। ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ।। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ। ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ଏଏସଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ଏଏସଆଇ- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।
ଶ୍ରଦ୍ଧାଳୁଙ୍କୁ ଏଣିକି ମାଗଣାରେ ମିଳିବ ରଥ ଚକ। ରଥ ଯାତ୍ରା ପରେ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଦିଆଯିବ। ଏଥିପାଇଁ ଏକ ସବ୍‌କମିଟିକୁ ଦାୟିତ୍ୱ ଦିଆଯିବ। କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ କମିଟି ଚୟନ କରିବ। ଅଧିକ ଆବେଦନକାରୀ ହେଲେ ଲଟେରୀ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.