ପୁଣି ହୋଇପାରେ ଆତଙ୍କୀ ଆକ୍ରମଣ
ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ଆଶଙ୍କା କରିଛି ଆମେରିକା । ଏ ନେଇ ଖୋଦ୍ ରାଷ୍ଟ୍ରପତି ଜୋ ବାଇଡେନ୍ ସତର୍କ କରାଇଛନ୍ତି ।
କାବୁଲ ବିମାନବନ୍ଦରରେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଥରେ ଆକ୍ରମଣ ହୋଇପାରେ । ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି । ଯବାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି । କାବୁଲ ଏୟାରପୋର୍ଟ ଗୋଟ୍ ଏବଂ ଆଖପାଖ ଅଞ୍ଚଳରୁ ଯଥାଶୀଘ୍ର ଫେରିଆସିବାକୁ କୁହାଯାଇଛି ।
କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଏଥିରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଲୋକ ପ୍ରାଣ ହରାଇଥିଲେ।ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାୟୀ କରିଥିଲା ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି)। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି