ଆତଙ୍କବାଦ ବିରୋଧରେ ଗର୍ଜିଲେ ରାଜନାଥ
ଆତଙ୍କବାଦ ଦମନ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡା ଆଭିମୁଖ୍ୟ । କେବେଳ ଭାରତରେ ଆତଙ୍କବାଦ ଦମନ କରିବା ଆମର ଲକ୍ଷ୍ୟ ନୁହେଁ । ଅନ୍ୟଦେଶରେ ଆତଙ୍କବାଦ ଦମନ ପାଇଁ ବି ପଛାଇବୁନି ବୋଲି ଚେତାବନୀ ଦେଇଛନ୍ତି ରାଜନାଥ ।
ସୀମାପାର ଆତଙ୍କବାଦ ଆମର ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ ୨୦୧୯ରେ ବାଲାକୋଟ ଏୟାରଷ୍ଟ୍ରାଇକ କରାଯାଇଥିଲା । ଆମ ପଡୋଶୀ ଦେଶ ଦୁଇଟି ଯୁଦ୍ଧରେ ହାରିବା ପରେ ଛଦ୍ମ ଯୁଦ୍ଧ କରୁଛି । ଆତଙ୍କବାଦକୁ ପାକିସ୍ତାନ ଦେଶର ନୀତି ଭାବେ ଗ୍ରହଣ କରିଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ଅର୍ଥ, ତାଲିମ ନେଇ ଭାରତ ବିରୋଧରେ ଲଗାଉଛି । ସୀମା ବିବାଦ ପରେ ଜାତୀୟ ସୁରକ୍ଷା ସହ ସାଲିସ କରିବା ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ରାଜନାଥ ।
ସେପେଟ ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣକୁ ନେବା ପରେ ଭାରତରେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ ବଢିବା ଆଶଙ୍କା କରାଯାଉଛି । ଏହାରି ଭିତରେ ପଶ୍ଚିମବଙ୍ଗରୁ ଜଣେ ତାଲିବାନ ସମର୍ଥକକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ଘୋଡା ଜଙ୍ଗ ସୀମାରେ ଥିବା ଚେକ ପଏଣ୍ଟରୁ ଜାହାଙ୍ଗୀର ବିଶ୍ୱାସ ନାମକ ଜଣେ ତାଲିବାନୀ ସମର୍ଥକ ଗିରଫ ହେବା ପରେ ଚିନ୍ତା ବଢିଯାଇଛି । ୨୮ ବର୍ଷୀୟ ଏହି ବାଂଲାଦେଶୀ ଯୁବକକୁ ଗିରଫ କରି ପଶ୍ଚିମବଙ୍ଗ ପୁଲିସ ଜିମା ଦେଇଛି ବିଏସଏଫ ।
ଆଫଗାନିସ୍ତାନ କବଜାରେ ପରେ ଆତଙ୍କବାଦୀ ମାନେ ସକ୍ରିୟ ହୋଇଉଠିଛି । କାବୁଲ ବିମାନବନ୍ଦରରେ ମଧ୍ୟ ଆଇଏସଆଇଏସ ଆତଙ୍କବାଦୀ ମାନେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି । ଯେଉଥିରେ ୧୬୯ ଜଣ ଆଫାଗାନ ବାସୀଙ୍କ ସହ ୧୩ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । ଭାରତରେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ ଆଗକୁ ବଢିବା ନେଇ ଆଶଙ୍କା କରାଯାଉଛି । ତେଣୁ ଆତଙ୍କବାଦକୁ ମୂଳପୋଛ ପାଇଁ ଭାରତ କେବେ ପଛଘୁଂଚା ଦେବନି ବୋଲି ଆଜି ଆତଙ୍କବାଦ ବିରୋଧରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।