THE BYAPINI

ହାଇଜମ୍ପରେ ନିଷାଦ କୁମାର ଜିତିଲେ ରୌପ୍ୟ

Get real time updates directly on you device, subscribe now.

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।ତେବେ ଆଜି ମ୍ୟାଚରେ ନିଷାଦ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ସ୍ୱର୍ଣ୍ଣପଦକ ଜିତିବାକୁ ବିଫଳ ହୋଇଥିଲେ ମଧ୍ୟ ସେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ବିଜୟ ପରେ ଏବେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।
ଖାଲି ସେତିକି ନୁହେଁ, ଏଥିସହ ସେ ଏସିଆନ୍ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଅନ୍ୟପଟେ ଏହି ଇଭେଣ୍ଟରେ ୟୁଏସଏର ଖେଳାଳି ଟାଉନସେଣ୍ଡ ଓ ଦାଲାଲ ୱାଇଜ୍ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।ଏହା ପୂର୍ବରୁ ସକାଳେ ଟେବୁଲ୍ ଟେନିସ୍‌ରେ ଭାବିନା ପଟେଲ୍ ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ପ୍ରଥମ ପଦକ ଦେବା ସହ ରୌପ୍ୟ ପଦକ ଜିତିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.