ବଢୁଛି ମୁଣ୍ଡପିଛା ଋଣଭାର ଜାଣନ୍ତୁ ପ୍ରତି ମୁଣ୍ଡପିଛା ଋଣଭାର କେତେ?
ବଢୁଛି ମୁଣ୍ଡପିଛା ଋଣଭାର, ଦଶବର୍ଷରେ ଦୁଇଗୁଣାରୁ ଅଧିକ ବଢିଲା । ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି । ଏଭଳି କିଛି ତଥ୍ୟ ବାବଦରେ ପୂରା ତଥ୍ୟ ଆଜି ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା ହେବ। ୨୦୧୧ -୧୨ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିବା ବେଳେ ୨୦୨୧-୨୨ ରେ ୨୩୭୬୧.୮୩ ଟଙ୍କାରେ ପହଞ୍ଚିଛି । ଅଥାର୍ତ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର ଦୁଇଗୁଣାରୁ ଅଧିକ ହୋଇଛି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ରହିଛି । ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦର ୧୭.୮୦ ପ୍ରତିଶତ ।
ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ ଓ ଗତ ୧୦ ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଟଙ୍କା ବୃଦ୍ଧି ପାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌମରଞ୍ଜନ ପଟ୍ଟନାୟକ । ଆଉ ଗୃହରେ ଏହାର ଲିଖିତ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।