THE BYAPINI

ମାନସ ଦାସଙ୍କ ଘରେ ରେଡ୍

Get real time updates directly on you device, subscribe now.

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ । ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୋଲିସ ସହ ଖୋର୍ଦ୍ଧା ପୋଲିସର ରେଡ୍ । ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କଲା ପୋଲିସ ।
ଏବେ ଝାରପଡା ଜେଲରେ ଅଛନ୍ତି ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ । ମାନସ ଦାସଙ୍କ ମାନବବାଦ ସଂଗଠନ ସଂପର୍କରେ ଯାଂଚ କରାଯାଉଛି । ସଂଗଠନର ରେଜିଷ୍ଟ୍ରେସନ ହୋଇଛି କି ନାହିଁ ଯାଂଚ କରାଯାଉଛି । ଅନୈତିକ କାରବାର ମଧ୍ୟ ଖୋଳତାଡ଼ କରାଯାଉଛି । ଘରୁ କିଛି ଫଟୋ ଓ ବ୍ୟାନର ମିଳିଥିବା କହିଲେ ଖୋର୍ଦ୍ଧା ଏସଡିପିଓ ।
ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ । ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଦଫାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବହୁ ଆଦିବାସୀଙ୍କୁ ନିର୍ଯାତନା ଦେବାର ମଧ୍ୟ ଅଭିଯୋଗ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.