THE BYAPINI

ବାଚସ୍ପତିଙ୍କ ଚାମ୍ବର ଘେରିଲେ ବିରୋଧୀ

Get real time updates directly on you device, subscribe now.

ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ।ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନଥିବାରୁ ଗୃହରେ ହୋହଲ୍ଲା ହୋଇଥିଲା । ବିଧାନସଭାରେ ବାଚସ୍ପତିଙ୍କୁ ଘେରାଉ । ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରିଛନ୍ତି। ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ନ ପ୍ରକାଶ କରିବା ପର୍ୟ୍ୟନ୍ତ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ । ବିଧାନସଭାରେ ହଟ୍ଟଗୋଳ ଯୋଗୁଁ ଗୃହକୁ ୪ ଟାଯାଏ ଁ ମୁଲତବୀ ଘୋଷଣା କରାଯାଇଛି ।
ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ସରକାର ଖଣି ଦୁର୍ନୀତି ଆଲୋଚନା ଡରୁଛନ୍ତି।ସେଥିପାଇଁ ଆଲୋଚନାରୁ ଦୂରେଇ ରହୁଛନ୍ତି ସରକାରୀ ଦଳ।ତେବେ ବାଚସ୍ପତି ଏହାକୁ ସାଂପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ନୋଟିସ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।
ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି । ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଙ୍କର ଆନ୍ତରିକତା ନାହିଁ । ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନା କୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠଉ ନାହାନ୍ତି ବିରୋଧୀ ବୋଲି ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.