ଶେଷ ଦିନରେ ଅଚଳାବସ୍ଥା
ମୌସୁମୀ ଅଧିବେସନ ଶେଷ ଦିନରେ ଚାଲିପାରୁନି ଗୃହ କାର୍ୟ୍ୟ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ । କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ସେପଟେ ରାଜ୍ୟରେ ସାର ଅଭାବ ନେଇ ବିଜେଡି ବିଧାୟକଙ୍କ ଧାରଣା । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିଜେଡି ବିଧାୟକ । ଫସଲ ବୀମାରେ ଚାଷୀ ଲାଭ ପାଉ, ଏମ୍ଏସ୍ପି ବୃଦ୍ଧି କରାଯାଉ, ସ୍ବାମୀନାଥନ ରିପୋର୍ଟ ଲାଗୁ କରାଯାଉ ବୋଲି ବିଜେଡି ଦାବି କରିଛି । କେନ୍ଦ୍ର ସରକାର-ତମ କମ୍ପାନୀ ପୋଷିବା ବନ୍ଦ ହେଉ ବୋଲି ବିଜେଡି ନାରାବାଜି କରିଛି ।