ଶିଶୁଙ୍କ ପାଇଁ ଚିନ୍ତା ବଢାଇଲା ଏମଆଇ ସିଣ୍ଡ୍ରୋମ!
ଶିଶୁଙ୍କ ସଂକ୍ରମଣ ନେଇ ଚିନ୍ତା ବଢାଇଲା ଏମଆଇ ସିଣ୍ଡ୍ରୋମ । କୋଭିଡ ସଂକ୍ରମଣର ଏକ ମାସ ପରେ ଶୂନରୁ ୧୦ ବର୍ଷ ପିଲାଙ୍କ ଭିତରେ ଏମଆଇ ସିଣ୍ଡ୍ରୋମର ସମ୍ଭାବନା ବଢିଯାଉଛି। ପ୍ରଥମ ଲହରିରେ ଏହା ଚିହ୍ନଟ ହୋଇ ନଥିଲା। ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ଏମଆଇ ସିଣ୍ଡ୍ରୋମରରେ ହସ୍ପିଟାଲ ଆସୁଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।
କୋଭିଡରୁ ସୁସ୍ଥ ହେବା ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ । ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ଼ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଇସିୟୁ, ଏଚଡିୟୁ ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି । ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ । ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।