THE BYAPINI

ବ୍ୟବସାୟୀଙ୍କୁ ଗୁଳିମାଡ

Get real time updates directly on you device, subscribe now.

କଟକ କନ୍ଦରପୁର ସ୍ଥିତ ଅଥଙ୍ଗାରେ ବ୍ୟବସାୟୀଙ୍କୁ ଗୁଳିମାଡ । ଦିନ ଦ୍ୱିପହରରେ ଗୋଟିଏ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ବ୍ୟବସାୟୀଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବ୍ୟବସାୟୀ ଜଣକ କଟକ କନ୍ଦରପୁର ଅଂଚଳରେ ଯାଉଥିବା ବେଳେ ଦୁଇ ଲୁଟେରା ଏକ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଗୁଳି ମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.