୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି
ଏଥର ବି ୪ ଫୁଟ ରହିବ ମାଆ ଦୂର୍ଗାଙ୍କ ମୂର୍ତ୍ତି । ପୂର୍ବ ନିର୍ଦ୍ଧାରିତ ଗାଇଡଲାଇନ ମୁତାବକ ୪ ଫୁଟ୍ ରହିବ ଦେବୀଙ୍କ ମୂର୍ତ୍ତି ଉଚ୍ଚତା । ମୂର୍ତ୍ତି ଉଚ୍ଚତା ବଢବନି ବୋଲି ଏସଆରସି କହିଛନ୍ତି। କରୋନା ପାଇଁ ଏଥର ନିରାଡ଼ମ୍ବରରେ ମା’ଙ୍କୁ ଆରାଧନା କରିବା । ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଆଉ କିଛିଦିନ ପାଳିବାକୁ ଓଡିଶାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।ଅଗଷ୍ଟ ୯ରେ ଜାରି ଗାଇଡଲାଇନ ବଳବତ୍ତର ରହିବ। ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ। ମାଙ୍କୁ ପ୍ରାର୍ଥନା କରିବା, ଆଗାମୀ ବର୍ଷ ଯେମିତି ସବୁ ଭଲରେ ହେବ ବୋଲି ଏସଆରସି କହିଥିଲେ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏଥର କୋଭିଡ୍ ଗାଇଡଲାଇନ୍ ମାନି ନୂଆଖାଇ ପାଳନ କରିବା। ମନ୍ଦିରରେ ଭିଡ଼ କରିବାନି, ନିଜ ପରିବାର, ଗାଁକୁ ସୁରକ୍ଷିତ ରଖିବା। ସତର୍କ ରହିବା ସହ ପରିବାର, ଗାଁ, ଜିଲ୍ଲା ଓ ରାଜ୍ୟକୁ ସୁରକ୍ଷିତ ରଖିବା ।
କରୋନାର ଦ୍ୱିତୀୟ ଲହରି ଏପର୍ୟ୍ୟନ୍ତ ଶେଷ ହୋଇନି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନା ପ୍ରଭାବ ବଢ଼ିଛି। ଓନାମ ପରବର୍ତ୍ତୀ ସମୟରେ କେରଳରେ ପୁଣି ସଂକ୍ରମଣ ବଢ଼ିଛି। କୁମ୍ଭମେଳା ଏବଂ ଓନାମରୁ ଆମକୁ ବହୁତ କିଛି ଶିଖିବାର ଅଛି। ପାର୍ବଣ ଋତୁ ଆସିଛି। ୨ୟ ଲହର ଚାଲିଛି। ୩ୟ ଲହର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।