କମିଶନରେଟ ପୋଲିସ କରିବ ତଦନ୍ତ
ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାର ତଦନ୍ତ କରିବ କମିଶନରେଟ ପୋଲିସ ।ଜଗତସିଂହପୁର କୁଜଙ୍ଗରୁ କଟକ ସ୍ଥାନାନ୍ତର ହେଲା ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ମୃତ ଦୁଷ୍ମନ୍ତ ମା’ ଜଗତସିଂହପୁର କୁଜଙ୍ଗ ଥାନାରେ ଏକ ଏତଲା ଦେଇଥିବା ବେଳେ ଏହାକୁ କଟକ ସ୍ଥାନାନ୍ତର କରାଯାଇଛି । ଏପରିକି ଦୁଷ୍ମନ୍ତଙ୍କ ମା’ ବାସନ୍ତି କରିଥିବା ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । ଅଜଣା ବ୍ୟକ୍ତି ପୁଅକୁ ଭୁବନେଶ୍ୱର ନେଇ ଆସିଥିବା ଥାନାରେ ହୋଇଥିଲା ଏତଲା
ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଥିଲେ, ପୁଅ ଗଲାବେଳେ କହିଥିଲା ସେ ଭୁବନେଶ୍ୱର ଯାଉଛି, ସେଠୁ ଆସିଲେ ଗାଁକୁ ଯିବେ । ଏହାର କିଛି ସମୟ ପରେ ସେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଜାଣିବାକୁ ପାଇଥିଲେ ମା’ବାସନ୍ତି । ତାଙ୍କ ପୁଅକୁ କଟକରୁ ନେଇ ଯାଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଏତଲାରେ ତାଙ୍କ ମା ଅଭିଯୋଗ କରିଛନ୍ତି ।
ଦୁଷ୍ମନ୍ତ ଦାସ ଗତବର୍ଷ ମାର୍ଚ୍ଚରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜଗତସିଂହପୁର ମେଡିକାଲ ଓ ପରେ ଏସସିବିରେ ଭର୍ତି କରାଯାଇଥିଲା । ଏସସିବିରେ ଅସ୍ତ୍ରୋପଚାର ବି କରାଯାଇଥିଲା । ହେଲେ ଦୀର୍ଘଦିନ ପରେ ବି ଗୋଡ଼ରୁ ଯନ୍ତ୍ରଣା କମି ନଥିଲା । ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ କରି ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିବା ଓ ଟୁଇଟ କରିବା ପରେ ଶେଷରେ ବିଧାନସଭା ଆଗରେ ବିଷ ପିଇବା ସହ ହାତ କାଟିଦେଇଥିଲେ ଦୁଷ୍ମନ୍ତ ।