ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡ଼ିତା
ମୁମ୍ବାଇ ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି।
ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଗତକାଲି ଭୋର ସାଢ଼େ ତିନିଟା ସମୟରେ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତି କରିଥିଲେ । ଦୁଷ୍କର୍ମ ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ୍ ଭର୍ତି କରି ଦେଇଥିଲେ ଦୁଷ୍କର୍ମକାରୀ । ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏଭଳି ନୃଶଂସ କାଣ୍ଡ ପାଇଁ ଅଭିଯୁକ୍ତ ମୋହନ ଚୌହ୍ୱାନ(୪୫)କୁ ପୋଲିସ୍ ଗିରଫ ଗିରଫ କରିଛି । ଏସବୁ ଭିତରେ ଏକ ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଫୁଟେଜରେ ଦେଖିବାକୁ ମିଳିଛି, ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଅତି ନିର୍ମମ ଭାବେ ତାଙ୍କୁ ମାର୍ପିଟ୍ କରୁଛନ୍ତି। ଏପରିକି ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କୁ ଲୁହା ରଡ୍ରେ ଆକ୍ରମଣ ମଧ୍ୟ କରିଥିଲେ। ଏହାପରେ ସେ ଲୁହା ରଡ୍କୁ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିଲେ। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଅଟୋ ଭିତରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।