କୋଟିପତି ଅଙ୍ଗନବାଡି ଦିଦି
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି । ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥନଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସଙ୍ଗରେ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ।
ଭୁବନେଶ୍ୱର କେଶୁରା ଓ ଝାରପଡାରେ ଏକାଧିକ ବହୁତଳ କୋଠା ଠାବ କରିଛି ଭିଜିଲାନ୍ସ । କୋଟିପତି ଅଙ୍ଗନବାଡି ଦିଦିଙ୍କ ବିଭିନ୍ନ ବିଲ୍ଡିଂରେ ଚଢାଉ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇସ୍ଥିତ ବାପଘର ଓ ଜଗତସିଂହପୁର ସ୍ଥିତ ବାଲିକୁଦା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଅଙ୍ଗନବାଡି କର୍ମୀଙ୍କ ନାଁରେ ବାରମ୍ବାର ଅଭିଯୋଗ ହୋଇଥିଲା । ଆଉ ଏହାପରେ ୱାରେଣ୍ଟ ଇସ୍ୟୁ କରାଯାଇ କବିତା ମାଥନଙ୍କ ଘରେ ଚଢାଉ କରାଯାଇଛି ।