କମୁଛି ଜଳସ୍ତର..ବନ୍ଦ ହେଲା ଆଉ ୬ ଗେଟ୍
ହୀରାକୁଦ ଜଳଭଣ୍ଡାରରୁ ଧୀରେ ଧୀରେ କମୁଛି ଜଳସ୍ତର । ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ଆଉ ୬ ଗେଟ୍ । ଆଜି ସକାଳେ ୪ଟି ଗେଟ୍ ବନ୍ଦ କରାଯାଇଥିଲା । ଏବେ ୧୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହ କମ ହେବାରେ ଲାଗିଛି । ଛତିଶଗଡରୁ ଜଳ ପ୍ରବାହ କମିଥିବାରୁ ବନ୍ୟା ଆଶଙ୍କା ନାହିଁ । ତେଣୁ ଜଳସ୍ତର କମୁଥିବାରୁ ହୀରାକୁଦ ଗେଟ ବନ୍ଦ କରାଯାଉଛି ।
ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ କଟକ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିର ରହିଛି ଜଳସ୍ତର । ତେବେ ବିପଦ ସଂକେତ ତଳେ ଜଳସ୍ତର ରହିଛି । କିନ୍ତୁ ମହାନଦୀ ଓ ଏହାର ଶାଖା ନଦୀ ଯାଇଥିବା ୪ଟି ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀର ତଳିଆ ଅଂଚଳରେ ପାଣି ପଶିବା ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ମୁଣ୍ଡଳିରେ ହୀରାକୁଦଦ ବନ୍ୟା ଜଳ ପହଁଚି ଥିଲେ, ବି ଜଳସ୍ତର ବିପଦ ସଂକେତ ତଳେ ରହିଛି ।