THE BYAPINI

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ ।ନୂଆପଡ଼ା ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ । ରବିବାର ଦିନ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଏହି ପ୍ରେମୀଯୁଗଳ ।ପ୍ରେମୀଯୁଗଳ ଛତିଶଗଡ଼ ଅଂଚଳର ବୋଲି ସୂଚନା ଦେଇଛି ପୋଲିସ । ୨ଦିନ ହେବ ଜଳପ୍ରପାତରୁ ଦୁଇଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା । ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରବିବାର ସକାଳେ ଧରମବନ୍ଧା ଥାନାକୁ ଭରୁଆମୁଣ୍ଡା ଗ୍ରାମର କିଛି ଲୋକ ଖବର ଦେଇଥିଲେ ଯେ ଜଳପ୍ରପାତ ଉପରେ ଥିବା ଏକ ଗଛରେ ପ୍ରେମୀଯୁଗଳଙ୍କ କିଛି ସାମଗ୍ରୀ ରହିଛି । ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ସେଠାରୁ ଏକ ଶାଗୁଆ ସାର୍ଟ, ଫୁଲ୍‌ ପ୍ୟାଣ୍ଟ ଓ ହାତ ଘଣ୍ଟା, ଟର୍ଚ୍ଚ ଲାଇଟ, ଜରିରେ ଥିବା ଆତ୍ମହତ୍ୟା ନୋଟ୍‌ ଜବତ କରିଥିଲେ । ଏହି ଆତ୍ମହତ୍ୟା ନୋଟ୍‌ରେ ଲେଖାଯାଇଛି ଯେ ଉଭୟ ଉଭୟଙ୍କୁ ପ୍ରେମ କରୁଛୁ । କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିବାରୁ ଆମେ ଆତ୍ମହତ୍ୟା କରୁଛୁ ।

Get real time updates directly on you device, subscribe now.

Leave A Reply

Your email address will not be published.