ଶୀତଦିନ ପାଇଁ କରୋନା କଟକଣା
ଶୀତକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ଭୁବନେଶ୍ୱରରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେନି ୫୦ରୁ ଅଧିକ ଅତିଥି । ଶୀତ ଦିନ ଆସୁଥିବା ଦେଖି ବିଏମସି ଜାରି କରିଛି ନୂଆ ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ବାଧ୍ୟତାମୂଳକ କରାଯାଇଛି । ଭୋଜିଭାତ ବେଳେ କଟକଣାକୁ ବାଧ୍ୟତାମୂଳକ କରାଯାଇଛି ।
ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଅଧିକାରୀଙ୍କ ଅନୁମତି ଆଣିବାକୁ ପଡିବ । ଏହି କାର୍ୟ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତତ୍ ସହିତ ବୃଦ୍ଧ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମଧ୍ୟ ଏହିଭଳିି କାର୍ୟ୍ୟକ୍ରମରେ ପ୍ରବେଶ କରିବାକୁ ଅନୁମତି ନାହିଁ ବୋଲି କୁହାଯାଇଛି ।
ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଭଳି କାର୍ୟ୍ୟକ୍ରମରେ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହିତ ସେଠାରେ ଲୋକଙ୍କ ସ୍କିନିଂ କରାଯିବାକୁ ବାଧ୍ୟତାମୂୂଳକ କରାଯାଇଛି ।