THE BYAPINI

୩୫ ବର୍ଷରେ ୫୦୦ ଚୋରି

Get real time updates directly on you device, subscribe now.

କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର । ୩୫ ବର୍ଷରେ କରିଛି ୫୦୦ ଚୋରି । କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ । ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ଟି ଚୋରି କରିଛି ହେମନ୍ତ । କମିଶନରେଟ ପୋଲିସ ଅଧିନରେ ତା ନାଁରେ ରହିଛି ଶତାଧିକ ମାମଲା । ଲୁହାରଡ ବ୍ୟବହାର କରି ବିଭିନ୍ନ ଜାଗାରେ ଚୋରି କରୁଥିଲା ହେମନ୍ତ । ଆଜି କଟକରୁ ଚୋରି କରୁଥିବା ବେଳେ ହେମନ୍ତଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାର୍ଡ ।
ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଚେନ୍ନାଇ, କୋଲକାତା, ଦିଲ୍ଲୀ, ମୁମ୍ବାଇରେ ସେ ଲୁଟିଛନ୍ତି। ବଡ଼ ଓ ଆଲିଶାନ୍ ହୋଟେଲ୍‌ରେ ରହୁଥିଲେ। ପଡ଼ୋଶୀ ରୁମ୍‌ରୁ ଚୋରି କରୁଥିଲେ। ୧୯୮୬ ମସିହାରେ ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରିଥିଲେ ହେମନ୍ତ। ଏହି ମାମଲାରେ ସେ ଜେଲ୍‌କୁ ଯାଇଥିଲେ। ଆଉ ସେଠି ସେ ଭେଟିଥିଲେ ଏକ ଚୋରକୁ। ଏହାପରେ ହେମନ୍ତଙ୍କ ଚୋରି କରିବା ଆରମ୍ଭ ହୋଇଥିଲା। ବାରମ୍ବାର ଗିରଫ ଓ ଜେଲ୍‌ରେ ରହିବା ପରେ ବି ହେମନ୍ତ ଚୋରି କରିବା ଛାଡ଼ି ନଥିଲେ।
ଏହା ସହ ଚୋରି ଟଙ୍କାରେ ବିଭିନ୍ନ ଦେଶ ବୁଲି ବିଳାସମୟ ଜୀବନ ବିତାଉଥିଲା । ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ହେମନ୍ତରା ଘର ହୋଇଥିବାବେଳେ ଚୋରି ଟଙ୍କାରେ ସୁନ୍ଦରୀ ଯୁବତୀମାନଙ୍କ ସହ ହେମନ୍ତ ହୋଟେଲରେ ରହୁଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.