୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ
ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆରୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆରୟନ ।ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନକୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆର୍ୟ୍ୟନ୍ଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଦମେଚାଙ୍କୁ ମଧ୍ୟ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇଛି ନାର୍କୋଟେକ୍ କେଣ୍ଟ୍ରାଲ ବ୍ୟୁରୋ
ଅକ୍ଟୋବର ୧୩ ତାରିଖରେ ଯାଏଁ ଏହି ୩ ଜଣଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଅପିଲ କରିଥିଲା ଏନ୍ସିବି । କିନ୍ତୁ ୩ ଦିନ ପାଇଁ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ବର୍ତ୍ତମାନ ଆର୍ୟ୍ୟନଙ୍କୁ ବେଲ ମିଳିବ କି ନାହିଁ କିମ୍ବା ସେ ଜେଲ ଯିବେ ତାହା ସ୍ପଷ୍ଟ ହୋଇପାରିବ ନାହିଁ ।ଆରୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିଲା ବେଳେ ଗିରଫ ହୋଇଥିଲେ ଆରୟନ ଖାନ ।
ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି। ନିରପେକ୍ଷ ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟାରେ ବଲିଉଡ କିମ୍ବା କୌଣସି ଧନୀ ଲୋକଙ୍କ ଲିଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏନସିବି ଆଇନ ପରିସରରେ ରହି କାର୍ୟ୍ୟ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୁମ୍ବାଇରେ ୩୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି।