ଇଡିରେ ହାଜର ହେଲେ ଅଭୟ ପାଠକ
ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ଇଡ଼ି । ଅଭୟ ପାଠକଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟ ପାଠକଙ୍କ ଘରୁ ବାହାରିଥିବା ଟଙ୍କା ଓ ଟାଟା କମ୍ପାନୀ ସହ ଆର୍ଥିକ କାରବାର ନେଇ ଚାଲିଛି ପଚରାଉଚରା ।
ପୂର୍ବତନ ଆଇଏଫଏସ ଅଭୟକାନ୍ତଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୮ କୋଟି ଟଙ୍କାର କାରବାର ନେଇ ଇଡିର ଖୋଳତାଡ । ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଥିବା ଅଭିଯୋଗ ହୋଇଛି । । ଆର୍ଥିକ ଦେଣନେଣ ଉପରେ ଇଡ଼ିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକ ସମନ ଜାରି କରିପରେ ଇଡ଼ି । ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁଚନା ମିଳିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓୠଝ ଅଭୟକାନ୍ତଙ୍କ ଘରେ ରେଡ୍ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ୟ୍ୟରତ ଥିଲେ । ଏହାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ଦେଶରେ ୪ରୁ ଅଧିକ ସ୍ଥାନରେ ରେଡ୍ କରାଯାଇଥିଲା । ଏହି ଚଢାଉରେ ଓୠଝ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ପାଇଥିଲା ଭିଜିଲାନ୍ସ ଟିମ୍ ।