THE BYAPINI

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

Get real time updates directly on you device, subscribe now.

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ପିପିଲି-ଡେଲାଙ୍ଗ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ବିଧାୟକ ଭାବେ ଶପଥ ନେବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଦେହାନ୍ତ ପରେ ଅନେକ ଅଧୁରା କାମ ବଳକା ରହି ଯାଇଛି ତାହାକୁ ଆଗ ପୂରଣ କରିବି । ସବୁ ପଞ୍ଚାୟତକୁ ଯିବି ସମସ୍ୟା ବୁଝିବା ସହ ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବି ।
ଗତ ୩ ତାରିଖରେ ପିପିଲିରେ ଭୋଟ ଗଣତି ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରୁଦ୍ର । ବାପା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହୋଇଥିଲା । ଯେଉଁଥିରେ ବାଜିମାତ କରିଥିଲେ ରୁଦ୍ର ମହାରଥୀ । ପିପିଲିବାସୀ ଏତେ ଭଲପାଇବା ଦେଇ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସେମାନଙ୍କ ଭଲପାଇବା ଓ ଭରସାକୁ କେବେ ଭାଙ୍ଗିବି ନାହିଁ । ସମସ୍ତ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୁଦ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.