THE BYAPINI

ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍

Get real time updates directly on you device, subscribe now.

ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଛି। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିବା ଜଣାପଡ଼ିଛି। ଏବେ ବି କିଛି ଲୋକଙ୍କ ସହ ରହସ୍ୟମୟୀ ଯୁବତୀ ଚାଟିଂ କରୁଥିବା ଜଣାପଡ଼ିଛି। ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍‌ ହେଉଥିଲା। ୪ଟିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ଅପରେଟ୍‌ ହେଉଥିଲା। ତେବେ ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ। ଏହି ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ରହସ୍ୟମୟୀଙ୍କର ଥିବା ୭ଟି ଫେସବୁକ୍ ଆକାଉଣ୍ଟରୁ କିଛି ଆକାଉଣ୍ଟ ଆକ୍ଟିଭ୍‌ ରହିଛି ଓ ଏହି ଆକାଉଣ୍ଟରୁ ସେ ଏବେ ବି ଚାଟିଂ ଜାରି ରଖିଛନ୍ତି। କିଛି ଲୋକଙ୍କ ସହ ରହସ୍ୟମୟୀ ଚାଟିଂ କରୁଥିବା ନଜରକୁ ଆସିଛି ବୋଲି ଏଡିଜି ସୂଚନା ଦେଇଛନ୍ତି। ଯାଞ୍ଚ ଚାଲୁଥିବାରୁ କାହା ସହ ରହସ୍ୟମୟୀ ଚାଟ୍ କରୁଛନ୍ତି ସେ ବାବଦରେ କୌଣସି ସୂଚନା ଦେଇନାହାନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏହାସହ ଟଙ୍କା କାରବାରର ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.