THE BYAPINI

ବିଦ୍ୟାଭାରତୀଙ୍କ ନାଁରେ ଲାଗିଲା ଦଫା

Get real time updates directly on you device, subscribe now.

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପ୍ରେସମିଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ ଏହି ପ୍ରେସମିଟରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ବିଦ୍ୟା ଓ ସୌମ୍ୟରଞ୍ଜନଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟା ।
ସ୍ୱାମୀଙ୍କୁ ବଞ୍ଚାଇବାକୁ ଉପଯୁକ୍ତ ପଦକ୍ଷେପ ନେଇ ନଥିଲେ କି ତାଙ୍କୁ ଉଦ୍ଧାର କରିବାକୁ କାହାକୁ ଡାକିନଥିଲେ ।ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଦ୍ୟାଙ୍କ ବିରୋଧରେ ୨୮୫ ଓ ୩୦୪-ଏ ଦଫା ଲାଗିଛି । ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଏହା ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଏଥିସହ ଡିଏଫଓଙ୍କୁ କ୍ଲିନଚିଟ୍ ଦେଲା କ୍ରାଇମବ୍ରାଞ୍ଚ । ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ କୌଣସି ସମ୍ପର୍କ ନାହିଁ । ସୌମ୍ୟଙ୍କ ପୋଡି ହେବା ଘଟଣାରେ ବି ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନି । ପୂର୍ବରୁ ସୌମ୍ୟ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଥିଲା । ହେଲେ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ଶେଷରେ କ୍ଲିନଚିଟ୍ ଦେଇଛି । ପୂର୍ବରୁ ତାଙ୍କୁ ଗଜପତି ଏସପି କ୍ଲିନଚିଟ୍ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.