THE BYAPINI

ଆଜି ଭାରତ-ଚୀନ୍ ବୈଠକ

Get real time updates directly on you device, subscribe now.

ଆଜି ଭାରତ ଓ ଚୀନ ମଧ୍ୟରେ ଉଚ୍ଚସ୍ତରୀୟ ସୈନ୍ୟ ବୈଠକ ହେବ । ସକାଲ ସାଢେ ୧୦ଟାରେ ମେଲଡୋ ଘାଟିରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଲଦାଖର ପୂର୍ବାଂଚଳରେ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହର ଉପରେ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ଜୁଲାଇ ୩୧ ତାରିଖରେ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟ ଏଲଏସିରେ ଜାରି ଉତେଜନାକୁ ନେଇ ୧୨ତମ ବୈଠକ ହୋଇଥିଲା ।

ଆଲୋଚନା ଜରିଆରେ ଡେସପାଙ୍ଗ ବୁଲଗେ ଓ ଡେମଚୌକ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି । ଏଥିସହ ବିବାଦୀୟ ପୋଷ୍ଟରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଭାରତ ଉଚ୍ଚସ୍ତରୟୀ ସୈନ୍ୟ ବୈଠକରେ ଚାପ ପକାଇବ ।ଚୀନ ସୈନ୍ୟ ଦ୍ୱାରା କିଛି ଦିନ ଭିତରେ ଦୁଇ ଥର ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ଭିତରେ ଏହି ବୈଠକ ହେବାକୁ ଯାଉଛି । ଉତ୍ତରାଖଣ୍ଡର ବାରାହୋତି ଓ ଅରୁଣାଚଳପ୍ରଦେଶର ତବାଙ୍ଗ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ ।

ଗତ ସପ୍ତାହରେ ଅରୁଣାଚଳପ୍ରଦେଶର ତବାଙ୍ଗ ସେକ୍ଟରର ୟାଙ୍ଗଜି ନିକଟରେ କିଛି ସମୟ ପାଇଁ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲା । ପ୍ରୋଟୋକଲ ଅନୁସାରେ ଦୁଇ ଦେଶରେ ସ୍ଥାନୀୟ କମାଣ୍ଡରଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେହିପରି ଗତ ମାସରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାଖାପାଖି ଶହେ ଚୀନ ସୈନ୍ୟ ପଶି ଆସିଥିଲେ । ଯାହାକୁ ତୀବ୍ର ବିରୋଧ କରିଥିଲେ ଭାରତୀୟ ଯବାନ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ବଢିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.