ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଅଜଣା ଗାଡ଼ି
ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଅଜଣା ଗାଡି । ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ସମ୍ପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟିକିନା ପ୍ରଧାନ ଓ ମାନସୀ ମର୍ଥା । ଗୁରୁତର ମହିଳା ହେଉଛନ୍ତି ସୁରବାଳା ପରିଡ଼ା ।
ଆଜି ସକାଳେ ମର୍ଣ୍ଣଂ ୱାକରେ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦୁଇ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଯାଇଛି ସମ୍ପୃକ୍ତ ଗାଡିର ଡ୍ରାଇଭର । ଗାଡି ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।