ସତ ମାନିବେ ଅଭିଯୁକ୍ତ!
ମନୀଷ ଅନୁରାଗ ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି ହୋଇଛି। ୩ ଅଭିଯୁକ୍ତଙ୍କର ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି । ଭୁବନେଶ୍ୱର ଜେଏମଏଫସି ୪ ଦିନ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହାସହ ଆଜି ୧୬୪ ରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି।
ଇନଫୋସିଟି ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଶନିବାର ଜେ.ଏମ୍ .ଏଫ୍ .ସି କୋର୍ଟରେ ଏମାନଙ୍କୁ ହାଜର କରାଯାଇଥିଲା। ଦିନେଶ ମହାପାତ୍ର , ମୃତ୍ୟଞ୍ଜୟ ମିଶ୍ର ,ଅମ୍ରିତ ବିଶ୍ବାଳଙ୍କ ମଧ୍ୟରୁ କେବଳ ଅମ୍ରିତଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଓକିଲ । ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରିନଥିଲେ । ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଜେଏମଏଫସି । ରିମାଣ୍ଡରେ ଏମାନଙ୍କଠୁ ସତ ଉଗାଳିବ ପୁଲିସ । କାହିଁକି ଏମାନେ ମନୀଷଙ୍କୁ ହତ୍ୟା କରିଥିଲେ ସେ ନେଇ ଜେରା କରାଯିବ ।