THE BYAPINI

କାର ଭିତରେ ହୋଇଥିଲା ହତ୍ୟା!

Get real time updates directly on you device, subscribe now.

ମମିତା ମୃତ୍ୟୁ ମାମଲାରେ ବଡ ଖୁଲାସା । ମମିତାଙ୍କୁ ହତ୍ୟା କରିଥିବା ନେଇ ଜେରା ବେଳେ ପୋଲିସ ନିକଟରେ ଗୋବିନ୍ଦ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । କାର ଭିତରେ ମମିତାଙ୍କୁ ହତ୍ୟା କରାଯାଇଛି । ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ ସାହୁ । ଦିନକ ପରେ ଗାତ ପୋତିବା ପାଇଁ କହିଥିଲେ ଗୋବିନ୍ଦ ସାହୁ । ତଳେ କାଠପ୍ଲାଏ, ତାପରେ ଟାୟାର ପକାଯାଇଥିଲା । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ପକାଯାଇଥିଲା । ମମିତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ଗୋବିନ୍ଦ ସାହୁ ।
ବିନ୍ଦ ଡ୍ରାଇଭରକୁ ଜେରା କରିବା ପରେ ପୋଲିସକୁ ଏପରି ତଥ୍ୟ ମିଳିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏକ ମାରୁତି ୱାଗନ୍-ଆର୍ କାର ଭିତରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭବାନିପାଟଣାରୁ ଫେରିବା ବାଟରେ ସୈତାନ୍ ଗୋବିନ୍ଦ ସାହୁ ମମିତାଙ୍କୁ କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି । କାର ଭିତରେ ତଣ୍ଟି ଚିପି ହତ୍ୟା କରିବା ସମୟରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ ମ ମିତା । କିନ୍ତୁ ଗୋବିନ୍ଦଙ୍କ ହାତରୁ ନିଜକୁ ବଞ୍ଚାଇ ପାରିନଥିଲେ । ଶ୍ୱାସରୁଦ୍ଧ ହେବା କାରଣରୁ ତାଙ୍କ ସେହି କାର ଭିତରେ ହିଁ ଜୀବନ ଚାଲିଯାଇଥିଲା । ସେପଟେ ଘଟଣାରେ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜେସିବି ଡ୍ରାଇଭର ଓ କଲେଜର ୱାଚମ୍ୟାନକୁ ପଚରାଉଚରା କରାଯାଉଛି । କଲେଜର ୱାଚ୍ ମ୍ୟାନ୍ ଇଙ୍ଗିତରେ ଜେସିବି ଲଗାଯାଇ ଗାତ ଖୋଳାଯାଇଥିବା କୁହାଯାଉଛି । ବର୍ତମାନ ସୁଦ୍ଧା ମୋଟ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.