ମମିତା ହତ୍ୟାକାଣ୍ଡ: ରାଧେ ବ୍ୟାଗରୁ ମିଳିଥିବା ଜିନିଷ କାହାର?
ମମିତା ମେହେର ହତ୍ୟା ମାମଲାରେ ପୁଲିସର ଖୋଳତାଡ଼ ଜାରି ରହିଛି । ଗୋବିନ୍ଦ ସାହୁ ଡ୍ରାଇଭର ଘରୁ ମିଳିଲା ବଡ଼ ସୁରାକ୍ । ଡ୍ରାଇଭର ରାଧେ ଘରୁ ମିଳିଲା ଏକ ବ୍ୟାଗ୍ । ଏହି ବ୍ୟାଗରେ ଗୋଟିଏ ନୂଆ ମୋବାଇଲ୍, ମୋବାଇଲ୍ ଚାର୍ଜର, ମହିଳାଙ୍କ ନୂଆ ଜିନ୍ସ ପ୍ୟାଂଟ ରହିଛି । ତେବେ ଏସବୁ ସାମଗ୍ରୀ କାହାର ତାକୁ ନେଇ ପ୍ରଶ୍ନ ଉଠିଛି ?
ଘର ଓଳେଇବା ବେଳେ ରାଧେର ସ୍ତ୍ରୀକୁ ଏହି ବ୍ୟାଗ୍ ମିଳିଥିଲା । ଖଟ ତଳେ ଏହି ବ୍ୟାଗ ରଖିଥିଲା ରାଧେ । ରାଧେଙ୍କ ପତ୍ନୀ ଆଜି କେଂଗା ଥାନା ପୋଲିସକୁ ଏହି ବ୍ୟାଗ୍ ଦେଇଛନ୍ତି । ସେପଟେ, ଡେମୋ ଦେଖାଇଲା ଗୋବିନ୍ଦ ସାହୁ । ମହାଲିଙ୍ଗ ଷ୍ଟାଡିୟମରେ ଚାନ୍ଦୋତୋରା ଛକରେ ଡେମୋ ଦେଖାଇଛି ଗୋବିନ୍ଦ ।
ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମକୁ ଗୋବିନ୍ଦ ସାହୁକୁ ଆଣିଥିଲା ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଲା ଗୋବିନ୍ଦ । କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ପ୍ରଥମେ କାଠ, ତା ଉପରେ ମମିତାଙ୍କ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର ଓ କିଛି ବେଂଚ ଡେସ୍କକୁ ଭାଙ୍ଗି ପୋଡି ଦେଇଥିଲା । ଉତରାଂଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମ୍ସିନ୍ ରିକ୍ରିଏସନ୍ କରାଯାଇଛି ।