୨୪ ଘଣ୍ଟାରେ ୪୪୭ ପଜିଟିଭ୍
ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪୪୭ ନୂଆ ସଂକ୍ରମିତ ଭିତରେ ୧୮ ବର୍ଷରୁ କମ ବୟସର ୭୮ ଜଣ ସଂକ୍ରମିତ ସାମିଲ ଥିବା ସୂଚନା ରହିଛି । ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେଣ୍ଟାଇନରୁ ଓ ୧୮୭ ଜଣ ସ୍ଥାନୀୟ ସଂକ୍ରମିତ ଥିବା ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୩, କଟକରୁ ୬୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୮, ମୟୂରଭଞ୍ଜରୁ ୧୭, ପୁରୀରୁ ୮, ରାୟଗଡାରୁ ୩୧, ସମ୍ବଲପୁରରୁ ୨୪ ଓ ଷ୍ଟେଟପୁଲରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ୨ଜଣ ହୋଇଥିବା ବେଳେ କଳାହାଣ୍ଡି , ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୮,୪୧୧କୁ ବୃଦ୍ଧି ପାଇଛି । ସେମାନଙ୍କୁ ଭିତରୁ ୧୦,୨୫,୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଥିବାବେଳେ ଏବେ ବି ୪୫୪୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।