THE BYAPINI

ବିଜେଡିରେ ମିଶିବେ ପ୍ରଦୀପ ମାଝୀ

Get real time updates directly on you device, subscribe now.

ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି । ଏକ ବିରାଟ କାର୍ୟ୍ୟକ୍ରମର ଆୟୋଜନ କରି ପ୍ରଦୀପ ମାଝି ନିଜର ସମର୍ଥକଙ୍କ ଗହଣରେ ଏହି ଘୋଷଣା କରିଛନ୍ତି ।


ପ୍ରଦୀପ ମାଝୀ କହିଲେ, ଖୁବଶୀଘ୍ର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବି । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ । ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି । ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ । ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ । ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ । କାରଣ କଂଗ୍ରେସ ଆଉ ସରକାରଙ୍କୁ ଫେରିବ ନାହିଁ ।

ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ । ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି । ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି । ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ୍‌ କରିଛନ୍ତି ପ୍ରଦୀପ ।

Get real time updates directly on you device, subscribe now.

Leave A Reply

Your email address will not be published.