THE BYAPINI

ଆଜିଠୁ ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା

Get real time updates directly on you device, subscribe now.

ଆଜିଠୁ ଆରମ୍ଭ ହେଉଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। କୋଭିଡ୍ ସଂକ୍ରମଣ ଯୋଗୁ ପ୍ରାୟ ୧୮ ମାସ ବନ୍ଦ ରହିବା ପରେ ଆଜିଠୁ ଅଫଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ୟ୍ୟନ୍ତ ସ୍କୁଲ ଚାଲିବ । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉକ୍ରଣ୍ଠା ରହିଛି । ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି ।
ପ୍ରଥମ ଦୁଇ ଦିନ ଅର୍ଥାତ୍ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ହସଖୁସି ଚାଲିବ । ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ଯଥା ଅକ୍ଟୋବର ୨୫ ଓ ୨୬ରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍‌ ସମୟରେ କିପରି ବିତାଇଲ ତା’ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଏହି ଦୁଇଦିନ କୌଣସି ପାଠପଢ଼ା ହେବ ନାହିଁ।
ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି । ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଛି। ତେଣୁ ସବୁ ପିଲାଙ୍କ ଶିକ୍ଷଣସ୍ତରର ଏକ ଆକଳନ କରାଯିବ। ୨୭ ତାରିଖରେ ଓଡ଼ିଆ, ୨୮ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟସୀମା ମାତ୍ର ୧ଘଣ୍ଟା ରହିବ। ପ୍ରଶ୍ନପତ୍ର ଓସେପା ଓ ଏସ୍‌ସିଇଆରଟି ପକ୍ଷରୁ ଯୋଗାଇ ଦିଆଯିବ । ପ୍ରଧାନ ଶିକ୍ଷକମାନେ ପ୍ରଶ୍ନପତ୍ରକୁ ଜେରକ୍ସ କରି ସବୁ ଛାତ୍ରଛାତ୍ରୀମାନଙ୍କୁ ଦେବେ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ/ଶିକ୍ଷକ ସେମାନଙ୍କ ଘରକୁ ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ।

Get real time updates directly on you device, subscribe now.

Leave A Reply

Your email address will not be published.