THE BYAPINI

ଆର୍ୟନଙ୍କୁ ମିଳିବ କି ବେଲ୍?

Get real time updates directly on you device, subscribe now.

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ହେବ ଶୁଣାଣି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ ।

ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ବି ଆରୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ପେଡଲରଙ୍କ ସହ ଲିଙ୍କ୍ ନେଇ ପ୍ରମାଣ ପାଇଥିଲା ଏନସିବି । ଏହାର ତଦନ୍ତ ହେବା ଦରକାର ବୋଲି ଏନସିବି କୋର୍ଟରେ ଦାବି କରି ଆସୁଛି ଆରୟନ । ଏବେ ମୁମ୍ବାଇ ସ୍ଥିତ ଆରଥର ରୋଡ୍ ଜେଲରେ ରହିଛନ୍ତି । ଜେଲରେ ଆରୟାନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି । ଅକ୍ଟୋବର ୨ରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ରେ ଚାଲିଥିବା ଏକ ଡ୍ରଗ୍ସ ପାର୍ଟରୁ ଗିରଫ କରିଥିଲା ଏନସିବି ।

ସେପଟେ ଆରୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍ ହୋଇଥିବା ନେଇ ଅଭିଯୋଗ ପରେ ଏବେ ୱାଙ୍ଖଡ଼େଙ୍କ ଅଡ଼ୁଆ ବଢ଼ିଛି । ଏହା ଦେଖିବାକୁ ପଡ଼ିବ ଯେ ଆର୍ୟ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ୟ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ତା’ପରେ ଦୀପାବଳି ଛୁଟି ହୋଇଯିବ।

Get real time updates directly on you device, subscribe now.

Leave A Reply

Your email address will not be published.