ଜଳିଗଲେ ପରିବାରର ୪ ଜଣ
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଜଳିଗଲେ ପରିବାରର ୪ସଦସ୍ୟ । ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ଭୋର ୪ଟାରେ ଅଗ୍ନିଶମ ବାହିନୀକୁ ପୁରୁଣା ସୀମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା । ଏହା ପରେ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା । କିଛି ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସେତବେଳକୁ ୪ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅଗ୍ନିଶମ ବାହିନୀ ମୃତଦେହକୁ ତୃତୀୟ ମହଲାରୁ ଉଦ୍ଧାର କରିଥିବା ବେଳେ ଧୁଆଁ ପାଇଁ ଅଣନିଶ୍ବାସ ହୋଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏପର୍ୟ୍ୟନ୍ତ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିପାରି ନାହିଁ।