ମମିତା ମୃତ୍ୟୁ ମାମଲା : ତାତିଲା କଂଗ୍ରେସ
ମମିତା ମୃତ୍ୟୁ ମାମଲାରେ କଂଗ୍ରେସର ବିକ୍ଷୋଭ । ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ କରିଛି । ନବୀନ ନିବାସ ଘେରାଉ ପାଇଁ ବ୍ୟାରିକେଡ଼ ଭାଙ୍ଗିଛନ୍ତି ଯୁବ କଂଗ୍ରେସ କର୍ମୀ । ଘଟଣା ସ୍ଥଳରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ଆନ୍ଦୋଳନକାରୀ ।
ପୁଲିସ ଉପରକୁ ଟମାଟୋ,ଅଣ୍ଡାମାଡ଼ ହୋଇଥିବା ଡିସିପି କହିଛନ୍ତି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ନବୀନ ନିବାସ ଘେରାଉ ବେଳେ ପୁଲିସ ଉପରକୁ ଟମାଟୋ,ଅଣ୍ଡାମାଡ଼ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟାରିାକେଡ଼ ଭାଙ୍ଗି ଆଗକୁ ଯିବାକୁ ଅଗଗ୍ରସର ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ ।
ସେହିପରି ମମିତା ମେହେର ମାମଲାକୁ ନେଇ କଟକ ଡିଜି ଅଫିସ ଘେରାଉ କରିଛି ରାଜ୍ୟ ଯୁବ କଂଗ୍ରେସ । କଟକ ଗୌରୀଶଙ୍କର ପାର୍କ ପାଖେ ଏକ ବିଶାଳ ସମାବେଶ କରିଛି ।