THE BYAPINI

ବିଜେପି କରୁଛି ବନ୍ଦ ପାଳନ

Get real time updates directly on you device, subscribe now.

ମମିତା ମେହେର ହତ୍ୟା ମାମଲାରେ ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ପାଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କେନ୍ଦ୍ରାପଡାରେ ବିଜେପି ବନ୍ଦ ପାଳନ କରିଛି ।
ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ସକାଳ ଛଅଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ଦିନ ୧୨ ଟା ପର୍ୟ୍ୟନ୍ତ ଚାଲିବ । ଏହାର ପ୍ରଭାବରେ ଭଦ୍ରକରେ ବସ୍ ଟ୍ରକ୍ ଚଳାଚଳ ବନ୍ଦ ରହିଛି । ଆଜି ସକାଳ ୬ଟାରୁ ଭଦ୍ରକର ବନ୍ତ ଛକ, ରେଳ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ, କଚେରି ରୋଡ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କୋର୍ଟ ସମ୍ମୁଖ, ଏସପି ଅଫିସ ସମ୍ମୁଖ, କଲେଜ ଛକ, ରାନ୍ଦିଆ, ବାରପଦା, ଚରମ୍ପା, ରାଣୀତାଲ, ଇଚ୍ଛାପୁର , ଆରଡ଼ି ଛକ ଓ ବାଇପାସ୍ ଛକରେ ବିଜେପି କର୍ମୀମାନେ ଦଳ ଦଳ ହୋଇ ଭଦ୍ରକ ବନ୍ଦରେ ସାମିଲ ହୋଇଛନ୍ତି ।
ସେପଟେ ଜଗତସିଂହପୁରେ ବି ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ୧୨ଘଂଟିଆ ବନ୍ଦ ପାଳନ କରୁଛି ଦଳ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ସମେତ ପାରାଦୀପ ଶିଳ୍ପାଂଚଳ ବନ୍ଦ କରାଯାଇଛି ।
ବିଜେପି କର୍ମୀମାନେ ନବୀନ ସରକାର ବିରୋଧରେ ନାରା ଦେଇ ତୀବ୍ର ପ୍ରତିବାଦ କରିଛନ୍ତି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.