କୁବେର କନେଷ୍ଟବଳଙ୍କ କୋଟି କୋଟି ସମ୍ପତ୍ତି
ଆସିଲା କୁବେର କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା । ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର । ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ଠାବ । ପୂର୍ବରୁ କୁବେର କନେଷ୍ଟବଳଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।
ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ହୋଇଥିଲା ଚଢାଉ । ପ୍ରସନ୍ନଙ୍କ ସରକାରୀ ବାସଭବନ , ଭୁବନେଶ୍ୱର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଲିଙ୍ଗିପୁରସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍ , ପାତ୍ରପଡ଼ାର ସାଉଥ୍ ସିଟି ବାର ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉ କରିଥିଲା ।