THE BYAPINI

ମନ୍ତ୍ରୀଙ୍କୁ ତାଲା ପକାଇଲେ ବିରୋଧୀ

Get real time updates directly on you device, subscribe now.

ବିରୋଧୀଙ୍କ କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ । ଡାକ ବଙ୍ଗଳାରେ ତାଲା ପକାଇଲେ କଂଗ୍ରେସ ଓ ବିଜେପି କର୍ମୀ । କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରାଯାଇଛି। ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରୁଛନ୍ତି ଏହି ଦୁଇଟି ଦଳ ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ ବିଜେଡ଼ି କର୍ମୀ । ଆଜି ଏହାକୁ ବିରୋଧ କରି କୁଚିଣ୍ଡା ୧୨ ଘଣ୍ଟା ବନ୍ଦ କରିବା ସହ ଏବେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଦୁଇଟି ଦଳ ବନ୍ଦୀ କରିଥିବା ଜଣାପଡ଼ିଛି । ଟୁକୁନି ସାହୁ କୁଚିଣ୍ଡାକୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଇଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଛନ୍ତି । ଡାକବଙ୍ଗଳା ବାହାରେ ଏବେ ନାରାବାଜି ଚାଲୁଥିବା ବେଳେ ଘଟଣାସ୍ଥଳରେ ପୁଲିସ ଏବଂ ଏସଡିପିଓ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.